ସୋଲାର ପ୍ଲେଟ୍ ଚୋରି କରିନେଲେ ଦୁର୍ବୃତ୍ତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ତିଳେଇବଣି ଠାରୁ କେନ୍ଦୁଝର ଜିଲ୍ଲା ବିଞ୍ଜବାହଲ ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ନିର୍ମାଣକରୀ ସଂସ୍ଥା ପକ୍ଷରୁ ରାସ୍ତାରେ ସୂଚନାପାଇଁ ବ୍ଲିଙ୍କର ଖଞ୍ଜା ଯାଇଛି। ତେବେ ଗତକାଲି ଦେବଗଡ଼ ଥାନା ଅନ୍ତର୍ଗତ କୁରୋଡ଼, ଟାଇନସର ଓ କୈଳାସ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ଉପରେ ଖଞ୍ଜା ଯାଇଥିବା ବ୍ଲିଙ୍କର ମଧ୍ୟରୁ ଦୁଇଟି ଲେଖାଏଁ ସୋଲାର ପ୍ଲେଟକୁ କୌଣସି ଦୁର୍ବୃତ୍ତ ଚୋରି କରି ନେଇଛି । ଏ ନେଇ ଆଜି ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।