Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ ୱାଟର ଫିଲଟର ବଣ୍ଟନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ ୱାଟର ଫିଲଟର ବଣ୍ଟନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ଡି/୧୨୭ ବାଟାଲିୟନ ତଥା ଏଫ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡି/୧୨୭ ବାଟାଲିୟନ ଭଣ୍ଡରଙ୍ଗୀ ତଥା ଏଫ/୧୨୭ ବାଟାଲିୟନ ଲଙ୍କାଗଡ଼ରେ ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ଥାନାଙ୍କ ଅଧୀନରେ ନିୟୋଜିତ ହୋଇଛି । ଉକ୍ତ ୨ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରରଙ୍କୁ ସିଆରପିଏଫ ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ମଉଲି ମୋହନ କୁମାର ଉପସ୍ଥିତ ରହି ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରିଥିଲେ । ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କ୍ଷୁଦ୍ର ଚଳଚ୍ଚିତ୍ର ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ୧୨୭ ବାଟାଲିୟନର ସିନିୟର ମେଡିକାଲ ଅଫିସର ଡ଼ା. ରାହୁଲ ମାଲପୋତ୍ରା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓସି-ଡି/୧୨୭ ବାଟାଲିୟନର ବିଜୟ ପ୍ରକାଶ ଚୋବେ, ଭଣ୍ଡରଙ୍ଗୀ ପଞ୍ଚାୟତ ସରପଞ୍ଚ ଅନନ୍ତ ପାତ୍ର, ଭଣ୍ଡରଙ୍ଗୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଳ ଦେଶୀନାୟକ, ଓସି-ଏଫ/୧୨୭ ଇନ୍ସପେକ୍ଟର ବିଶନ ରାମ, ଲଙ୍କାଗଡ଼ ପଞ୍ଚାୟତର ସରପଞ୍ଚ ସସ୍ମିତା ପାତ୍ର, ଲଙ୍କାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ସୌରଭ ମଳିକ, ଲଙ୍କାଗଡ଼ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ପାତ୍ର ତଥା ୨ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୪୪ଟି ପରିବାର ଉପକୃତ ହୋଇଥିଲେ । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ୧୨୭ ବାଟାଲିୟନର ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ମଉଲି ମୋହନ କୁମାର ସୂଚନା ଦେଇଛନ୍ତି ।