ଉତ୍ତର ଭାରତରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ସହ ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିୟାଣା, ଚଣ୍ଡୀଗଡ଼, ବିହାର, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାରମ୍ଭିକ ସୂଚନାନୁସାରେ ଭୂକମ୍ପର ତୀବ୍ରତା ୫.୮ ଥିଲା । ଭୂକମ୍ପର କେନ୍ଦ୍ର ନେପାଳ ଥିଲା, ଯାହାର ଗଭୀରତା ଭୂମିଠାରୁ ୧୦ କିମି ତଳେ ଥିଲା ।