ଉନ୍ନାଓ ପୀଡିତାଙ୍କ ମାଆଙ୍କୁ କଂଗ୍ରେସ ଟିକେଟ୍‌

ଲକ୍ଷ୍ନୌ,ଏଜେନ୍ସି: ଉନ୍ନାଓ ଦୁଷ୍କର୍ମ ଘଟଣା ଉତ୍ତରପ୍ରଦେଶରେ ଚହଳ ପକାଇଥିଲା। ଏହା ଘଟଣାର ପୀଡିତାଙ୍କ ମାଆ ଆଶା ସିଂହଙ୍କୁ କଂଗ୍ରେସ ଉନ୍ନାଓ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଝିଅ ଐଶ୍ବର୍ଯ୍ୟା କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କ୍ଷୋବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସମାଜ ତୁମକୁ କେବେ କ୍ଷମା କରିବ ନାହିଁ।

୨୦୧୯ରେ କୁଳଦୀପ ସେନଗାର ମଖୀ ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି ଦୁଷ୍କର୍ମ ଘଟଣା ଏକ ରାଜନୈତିକ ଝଡ ସୃଷ୍ଟି କରିଥିଲା। ଗୁରୁବାର ଦିନ ପ୍ରକାଶ ପାଇଥିବା ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ଦୁଷ୍କର୍ମ ପୀଡିତାଙ୍କ ମାଆ ଆଶା ସିଂଙ୍କୁ ଉନ୍ନାଓ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ କୁଲଦୀପ ସିଂ ସେନଗାରଙ୍କ ଝିଅ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ଭିଡ଼ିଓରେ ସେ କହିଛନ୍ତି ଏହି ରାଜନୈତିକ ପଦକ୍ଷେପ ଆପଣ ଗ୍ରହଣ କରିଥାଇ ଏହି ପଦକ୍ଷେପ ହୁଏତ ଆପଣଙ୍କ ପାଇଁ ଠିକ ହୋଇପାରେ। ମୁଁ ରାଜନୀତି ଜାଣି ନାହିଁ। କିନ୍ତୁ ସମାଜର ଧର୍ମ ଏବଂ ନୈତିକତା ଆପଣଙ୍କୁ କଦାପି କ୍ଷମା କରିବ ନାହିଁ ବୋଲି କହିଛନ୍ତି କୁଲଦୀପ ସିଂ ସେନଗାରଙ୍କ ଝିଅ।

ସେ ଆହୁରି କହିଛନ୍ତି ଆପଣ ଯେଉଁ ଝିଅର ମାଆଙ୍କୁ ଟିକେଟ ଦେଇଛନ୍ତି ସେମାନଙ୍କ ନାମରେ ଟ୍ରାନ୍ସଫର ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଜାଲିଆତି କରିଥିବା ଭଳି ଅଭିଯୋଗ ରହିଛି। ନିକଟରେ ମାମଲାକୁ ନେଇ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଉନ୍ନାଓରେ ଆପଣଙ୍କ ପ୍ରାର୍ଥୀଙ୍କ ପରିବାର ବିରୁଦ୍ଧରେ ଏକାଧିକ ମାମଲା ପଞ୍ଜିକୃତ ହୋଇଛି ଏକ ପରିବାରକୁ ନଷ୍ଟ କରୁଥିବା ରାଜନୀତିକୁ ଉନ୍ନାଓ କଦାପି ଗ୍ରହଣ କରିବେ ନାହିଁ। ମାର୍ଚ୍ଚ ୧୦ରେ ଆପଣ ଏହାର ଫଳାଫଳ ମଧ୍ୟ ଦେଖିବେ। ଆମ ଉନ୍ନାଓର ଆଶୀର୍ବାଦ ମୋ ସହିତ ଥିଲା ଏବଂ ରହବି ବୋଲି କହିଛନ୍ତି ଐଶ୍ବର୍ଯ୍ୟା।