ସିକନ୍ଦରାବାଦ କ୍ଲବରେ ବଡ ଧରଣର ଅଗ୍ନିକାଣ୍ଡ

ହାଇଦ୍ରାବାଦ,ଏଜେନ୍ସି: ସିକନ୍ଦରାବାଦ କ୍ଲବରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଭୋର ୩ ଟାରେ ସିକନ୍ଦରାବାଦ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ସୂଚନା ପାଇବା ପରେ ଘଟଣାସ୍ଥଳରେ ୭ଟି ଦମକଳ ଗାଡି ପହଞ୍ଚିଥିଲା।

ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ମକର ସଂକ୍ରାନ୍ତି ପାଇଁ ଗତକାଲି କ୍ଲବଟି ବନ୍ଦ ଥିଲା। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଜଣାପଡିନାହିଁ।