ହୃତଘାତରେ ସମାଜସେବୀ ଗୋବର୍ଦ୍ଧନ ଭୋଇଙ୍କ ପରଲୋକ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ଭୋଇ କର୍ଲାମୁଣ୍ଡାସ୍ଥିତ ନିଜ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଶ୍ରୀ ଭୋଇଙ୍କ ୨ ପୁଅ ନବୀନ କୁମାର ଭୋଇ ଓ ନନ୍ଦି କିଶୋର ଭୋଇ ମୁଖାଗ୍ନି ଦେଇଛନ୍ତି । ଶ୍ରୀ ଭୋଇ ଦୀର୍ଘ ବର୍ଷ ହେଲା କର୍ଲାମୁଣ୍ଡା ବ୍ଲକ ଆଦିବାସି ସଂଘର ସଭାପତି ଦାୟିତ୍ୱରେ ରହିବା ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେ ଦୀର୍ଘ ୪୦ବର୍ଷ ଧରି କର୍ଲାମୁଣ୍ଡା ପେକ୍ସର ସମ୍ପାଦକ ମଧ୍ୟ ଥିଲେ ।