ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ଉତ୍ତରପ୍ରଦେଶ ଏଟୀଏସ ବଡ଼ ଖୁଲାସା କରିଛି । ସଚ୍ଚିନ ପ୍ରଥମ ବ୍ୟକ୍ତି ନଥିଲେ ଯାହାଙ୍କୁ ସୀମା ଯୋଗାଯୋଗ କରିଥିଲେ ବୋଲି ଏଟୀଏସ କହିଛି । ଏହାପୂର୍ବରୁ ସୀମା ଭାରତର ଅନ୍ୟ କିଛି ଲୋକଙ୍କୁ ଯୋଗାଯୋଗ କରିଥିଲେ ସେଥିମଧ୍ୟରୁ ଅଧିକାଂଶ ଦିଲ୍ଲୀ-ଏନସିଆରର ହୋଇଥିବା ଜଣାପଡ଼ିଛି । ଏଟୀଏସ କାଲି କରିଥିବା ଜେରାରେ ସୀମା ମାପିଜୁପି ଉତ୍ତର ଦେଇଥିଲେ ।
ଏଟୀଏସ ସୂତ୍ର ମୁତାବକ, ସୀମା ହାଇଦର ଖୁବ୍ ଚାଲାକ । ସୀମା ମୁହଁରୁ କୌଣସି କଥା ଉଗାଳିବା ସହଜ ନୁହେଁ । କାଲି ସୀମାଙ୍କୁ ଇଂରାଜୀର କିଛି ଧାଡ଼ି ପଢିବାକୁ ଦିଆଯାଇଥିଲା । ସୀମା ତାକୁ ଭଲଭାବେ ପଢ଼ିବା ସହ ଉଚ୍ଚାରଣ ମଧ୍ୟ ଠିକ୍ ଭାବେ କରିଥିଲେ ।