ଏଟିଏମ୍ ମେସିନରୁ ବାହାରିଲା ନାଗସାପ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ତାରିଣୀ ମନ୍ଦିର ଛକ ନିକଟରେ ଥିବା ଏଟିଏମରୁ ବୁଧବାର ସକାଳେ ପ୍ରାୟ ୬ଫୁଟ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି। ନାଗସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ବ୍ୟାଙ୍କ ଅଧିକାରୀମାନେ ଏଟିଏମ୍ ମେସିନରେ ଟଙ୍କା ଭରିବା ପାଇଁ ଆସିଥିଲେ। ସେଠାରେ ଟଙ୍କା ଭରିବା ପାଇଁ ମେସିନ ଖୋଲିବା ସମୟରେ ଏହା ଭିତରେ ଏକ ବିରାଟ ସାପ ଥିବା ଦେଖିବାକୁ ପାଇଥିଲେ। ବ୍ୟାଙ୍କ ଅଧିକାରୀମାନେ ସାପକୁ ଦେଖି ଭୟରେ ଏଟିମ ଗୃହରୁ ବାହରକୁ ଆସି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।

ଖବରପାଇ ସ୍ନେକ ହେଲ୍ପଲାଇନ ଆସି ନାଗ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ଜଙ୍ଗଲରେ ଛାଡ଼ି ଦେଇଥିଲେ। ତେବେ ଏଟିଏମ୍ ମେସିନ ଭିତରକୁ ସାପ କିପରି ଗଲା ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।