ଇଚ୍ଛାପାଳ ସଂରକ୍ଷିତ ଜଙ୍ଗଲରୁ ଦନ୍ତାହାତୀର ମୃତ ଦେହ ଉଦ୍ଧାର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ସଦର ରେଞ୍ଜର ଡାକରା ପଞ୍ଚାୟତ ଇଚ୍ଛାପଳ ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ମୃତ ଦନ୍ତାହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ହାତୀଟିକୁ ଗୁଳି କରି ହତ୍ୟା କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ହାତୀର ଶରୀରରୁ ୨ଟି ଗୁଳି ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଆଜି ଡାକରା ଅଞ୍ଚଳରୁ କେତେକ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଏକ ଦନ୍ତାହାତୀ ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ଏ ସମ୍ପର୍କରେ ସେମାନେ ସ୍ଥାନୀୟ ରେଞ୍ଜରକୁ ସୂଚନା ଦେଇଥିଲେ। ପରେ ସ୍ଥାନୀୟ ବନବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ହାତୀର ମୃତ ଦେହକୁ ଜବତ କରିଥିଲେ। ତେବେ ହାତୀଟି ୪ ଦିନ ପୂର୍ବର ମୃତ୍ୟୁବରଣ କରିସାରିଥିବା ବେଳେ ଗୁଳି ଲାଗିଥିବା ସ୍ଥାନଗୁଡ଼ିକ ପଚିଯାଇଥିବା ଦେଖାଯାଇଛି। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।