ସାପ କାମୁଡାରେ ୨ବୃଦ୍ଧା ମୃତ, ଜଣେ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତକାପନପାଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ୨ଜଣ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ସଂପୃକ୍ତ ଗ୍ରାମର ଇର୍ମା ମାଡ଼ିଙ୍କ ପତ୍ନୀ ରାଜେ ମାଡ଼ି(୬୧) ଓ ତାଙ୍କ ପୁତ୍ର ଭୀମାମାଡ଼ି(୨୨)ଙ୍କ ଓ ପଦିଆ ମାଡ଼ିଙ୍କ ପତ୍ନୀ ଦେବେ ମାଡ଼ି(୬୨) ଘରେ ଶୋଇଥିବା ବେଳେ ସାପକାମୁଡ଼ିଥିଲା। ଫଳରେ ଘଟଣାସ୍ଥଳରେ ରାଜେ ଓ ଦେବେଙ୍କ ମୃତ୍ୟୁ ଘଟିଥିବା ବେଳେ ଭୀମାଙ୍କୁ ପ୍ରଥମେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।