ପୁରୀ,ଏନ୍ଏନ୍ଏସ୍: ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଶନିବାର ପୁରୀରେ ଏକ ବିଶାଳ ‘ମୋ ବିଚ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଠାରେ ବିଶ୍ୱର ସବୁଠୁ ବଡ଼ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ସମୁଦ୍ର କୂଳ ସଫେଇ ଦିବସ ଅବସରରେ ସାରା ବିଶ୍ୱକୁ ଶନିବାର ପୁରୀରୁ ସନ୍ଦେଶ ଦିଆଯାଇଛି । ତେବେ ଫାନିବାତ୍ୟା ପରେ ପୁରୀ ଏକ ଦୃଢ଼ତାର ସହ ଛିଡ଼ା ହୋଇଛି ।
