ଗିଳିଥିବା ୧୨ ଅଣ୍ଡା ଓଗାଳିଲା ଦଶ ଫୁଟିଆ ନାଗ

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପୁଇଁନ୍ତଲା ଗାଁରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଗିଳି ଦେଇଥିବା ୧୨ ଟି କୁକୁଡା ଅଣ୍ଡାକୁ ଏକ ନାଗ ସାପ ଓଗାଲିଛି । ଗାଁର ଜଣେ ଲୋକଙ୍କ ଘରେ ଥିବା କୁକୁଡା ଗୁଡା ଭିତରକୁ ଏକ ନାଗ ସାପ ପଶି ଯାଇଥିଲା । ଘର ଲୋକ ଦେଖିବା ପରେ ବଲାଂଗୀର ର ସ୍ନେକ ହେଲପ ଲାଇନ ଭାବେ ପରିଚିତ ରାଜବାଟୀର ଯୁବରାଜ ସିଂକୁ ଖବର ଦେଇଥିଲେ । ଯୁବରାଜ ଆସି ଗୁଡା ଭିତରୁ କାଢିଥିଲେ । ତେବେ ସେତବେଳ ପର୍ୟ୍ୟନ୍ତ ସାପଟି ସେଠାରେ ଥିବା ଏକ କୁକୁଡାକୁ ସମ୍ପୁର୍ଣ୍ଣ ଖାଇଦେବା ସହିତ ୧୨ ଟି ଅଣ୍ଡା ଗିଳି ଦେଇଥିଲା । ସାପକୁ ଧରିବା ପରେ ୧୨ ଟି ଜାକ ଅଣ୍ଡା ସେ ଓଗାଳି ଥିଲା । ସାପର ଲମ୍ବ ପ୍ରାୟ ୮ ରୁ ୧୦ ଫୁଟ ହେବ। ପରେ ସାପକୁ ଜଙ୍ଗଲରେ ଛାଡି ଦିଆ ଯାଇଥିଲା ।