କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ

ବାଲେଶ୍ୱର,ଏନ୍ଏନ୍ଏସ୍: ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳର ହାଇଦର ଗ୍ୟାଙ୍ଗ୍ ଉପରେ ଚଢ଼ଉ କରି ପ୍ରାୟ ୧ କେଜିରୁ ଅଧିକ ବ୍ରାଉନସୁଗର ପୁଲିସ ଜବତ କରିଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହା ସହ ପୁଲିସ ୨/୩ଜଣ ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।