ମେରଠ-କଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,ଏଜେନ୍ସି: ଗୁରୁବାର ସକାଳୁ ମେରଠ ଏବଂ କଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। କିନ୍ତୁ ଖୁସିର କଥା ଯେ ଏଥିରେ କୌଣସି ଧନ ଜୀବନ କ୍ଷତି ହୋଇନାହିଁ। ଭୂକମ୍ପ ସଂପର୍କରେ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଜମ୍ମୁ କଶ୍ମୀରର କଟରା ଏବଂ ଉତ୍ତର ପ୍ରଦେଶର ମେରଠରେ ଆଜି ଭୋରରୁ ଭୂକମ୍ପ ଅନୁଭୂତ ହୋଇଥିଲା। କଟରାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିଲା। ସେହିପରି ମେରଠରେ ଏହା ୨.୭ ରେକର୍ଡ କରାଯାଇଥିଲା।

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ, କଟରାରେ ସକାଳ ୫ଟା ୮ ମିନିଟରେ ଭୂକମ୍ପ ଆସିଥିଲା। ଏହାର ଗଭୀରତା ୫ କିଲୋମିଟର ଥିଲା। ମେରଠରେ ସକାଳ ୭ଟା ୩ ମିନିଟରେ ଭୂକମ୍ପ ହୋଇଥିଲା। ଏହାର ଗଭୀରତା ଭୂପୃଷ୍ଠର ୧୦ କିମି ଭିତରେ ଥିଲା।