ଆଇପିଏଲ୍‌-୨୦୨୨ ଖେଳିବେ ୧୦ଟି ଟିମ୍‌: ବିସିସିଆର କୋଷାଧ୍ୟକ୍ଷ ଅରୁଣ ଧୁମଲ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୨ୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେଉଛି। ଏହି ମ୍ୟାଚ ଗୁଡ଼ିକ ୟୁଏଇରେ ଖେଳାଯିବ। ଏହି ମ୍ୟାଚରେ କୌଣସି ସମସ୍ୟା ହେବ ନାହିଁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ କହିଛି। ପୂର୍ବରୁ କ୍ରିକେଟ ବୋର୍ଡ ସାଧାରଣ ସମ୍ପାଦକ ମୁର୍ବାଶୀ ଉସମାନୀ କହିଥିଲେ ବୋର୍ଡ ବିସିସିଆଇ ଏବଂ ସ୍ଥାନୀୟ ସରକାରଙ୍କ ସହିତ ଆଲୋଚନା କରିବ ଯେ ପଡ଼ିଆରେ କେତେ ଭିଡ଼ କରାଯାଇପାରିବ। ଏହାକୁ ନେଇ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଛନ୍ତି କୋଭିଡ-୧୯କୁ ଦୃଷ୍ଟିରେ ରଖି ଭିଡ଼ କରାଯିବ।

ୟୁଏଇ ସରକାର ଏଥର ଭିଡ଼କୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଯେଉଁମାନେ ଷ୍ଟାଡ଼ିୟମ ଭିତରକୁ ଯିବେ କରୋନା ଟିକା ନେଇଥିବାର ଦରକାର। ଷ୍ଟାଡ଼ିୟମ ଭିତରେ କରୋନା ଗାଇଡଲାଇନ ପାଳନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଷ୍ଟାଡ଼ିୟମରେ ୬୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରିବ।

ଧୁମାଲ କହିଛନ୍ତି ଯେ, ଆଇପିଏଲ-୨୦୨୨ରେ ୨ଟି ନୂଆ ଟିମ ଯୋଡ଼ିହେବେ। ସମସ୍ତେ ଆଇପିଏଲ ଦେଖୁଛନ୍ତି। ଆମେ ଆଶା କରୁଛୁ ଯେ, ୟୁଏଇରେ ଏକ ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ। ୮ଟି ଟିମକୁ ନେଇ ଖେଳାଯାଉଥିବା ଆଇପିଏଲର ଏହା ହେଉଛି ଶେଷ ସଂସ୍କରଣ। ପରବର୍ତ୍ତୀ ସମୟରେ ଆଇପିଏଲରେ ୧୦ଟି ଟିମ ଖେଳିବେ।