ଆସାମ ଓ ମେଘାଳୟ ସୀମାରେ ଗୁଳିମାଡ଼, ୬ ମୃତ

ସିଲଙ୍ଗ: ଆସାମ ଓ ମେଘାଳୟ ସୀମାର ପଶ୍ଚିମ ଜୟନ୍ତିଆ ହିଲ୍ସର ମୁକ୍ରୋହରେ ଗୁଳିମାଡ଼ ଯୋଗୁ ଆସାମ ବନ ବିଭାଗର ଜଣେ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେଥିପାଇଁ ରାଜ୍ୟର ୭ଟି ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଆହତଙ୍କୁ ହସ୍ପିଟାଲ ନିଆଯିବା ସହ ପଚରାଉଚୁରା କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ କୋନରାଡ଼ ସଙ୍ଗମା ସୂଚନା ଦେଇଛନ୍ତି । କୌଣସି ଆଦେଶର ଉଲ୍ଲଂଘନ କଲେ ଆଇପିସି ଧାରା ୧୮୮ ଓ ଭାରତୀୟ ଟେଲିଗ୍ରାଫ ଅଧିନିୟମ ୧୮୮୫ ସମ୍ବଧିତ ପ୍ରବିଧାନ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ଏକ ଅଧିସୂଚନା ଜାରି କରି କୁହାଯାଇଛି ।