ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ର ସରକାର ବଡ଼ ଘୋଷଣା କରିଛି । ଦିଶା ସାଲିୟାନ ମୃତ୍ୟୁର ଯାଞ୍ଚ ଏସଆଇଟି କରିବ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବିଧାନସଭାରେ ଘୋଷଣା କରିଛନ୍ତି । ଫଡନାଭିସ କହିଛନ୍ତି ଯେ, ଉକ୍ତ ମାମଲାଟି ପୂର୍ବରୁ ହିଁ ମୁମ୍ବାଇ ପୁଲିସ ପାଖରେ ରହିଛି । ଯାହାଙ୍କ ପାଖରେ ପ୍ରମାଣ ରହିଛି ସେମାନେ ଦେଇପାରିବେ।
ସୂଚନାଯୋଗ୍ୟ, ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବାକୁ ବିଜେପି ଦାବୀ କରିଥିଲା । ଅନ୍ୟପଟେ ଏସଆଇଟି ଯାଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିରୋଧୀ ଦଳ ନେତା ଅଜିତ ପାୱାର ଏହାକୁ ରାଜନୈତିକ ଦୃଷ୍ଟିରୁ ଦେଖାଯିବା ଉଚିତ ନୁହେଁ ବୋଲି କହିଥିଲେ ।