ରାଜ୍ୟସ୍ତରୀୟ ସର୍ଗିଫୁଲରେ ସଇଁନ୍ତଲା ବାଳିକା ବିଦ୍ୟାଳୟକୁ ମିଳିଲା ପ୍ରଥମ ସ୍ଥାନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରସ୍ଥିତ ଆଦିବାସୀ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କୃତି ଛାତ୍ରୀମାନେ ହେଲେ ହିମାନ୍ଦ୍ରି ମଲ୍ଲିକ, ମମତା ବିଶ୍ୱାଳ, ରଶ୍ମିତା ତାଣ୍ଡି, ସୀମା ନାୟକ, ଲିପ୍ସା ନାଗ ଓ ଚିନ୍ମୟୀ ମହାନନ୍ଦ । ଉକ୍ତ ସ୍କୁଲ ୫୦ରୁ ୧୫ତମ ସ୍ଥାନ ପାଇଥିବାବେଳେ ମିତା ନାଗ ଶ୍ରେଷ୍ଠ ଛାତ୍ରୀ ହୋଇ ପାରିଛନ୍ତି । ସ୍କୁଲର ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର, ବିଦ୍ୟୁତ ଲତା ଦେଇ, ସଙ୍ଗୀତା ରଥ, ସନ୍ଧ୍ୟା ରାଣୀ ଗହୀର, ଜୟନ୍ତୀ ସାହୁ, ପ୍ରତ୍ୟାସିନି ବାଗ, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲଷ୍ମୀ ଦାଶ, କଳ୍ପନା ପାଣିଗ୍ରାହୀ ଓ ଗଗନ ବେହେରାଙ୍କ ସହଯୋଗରେ ସଇଁନ୍ତଲା ବାଳିକା ବିଦ୍ୟାଳୟ ଏଭଳି ସ୍ଥାନରେ ପହଁଚି ପାରିଛି ।