ଓସ୍କାର ଦୌଡ଼ରେ ‘ନାଟୁା ନାଟୁ’

ନୂଆଦିଲ୍ଲୀ: ଚଳିତ ବର୍ଷର ବ୍ଲକବଷ୍ଟର ଫିଲ୍ମ ‘ଆରଆରଆର’ର ସିକ୍ୟୁଏଲକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଆରଆରଆର’ ‘ନାଟୁା ନାଟୁ’କୁ ଓସ୍କାର ଦୌଡ଼ରେ ସାମିଲ କରାଯାଇଛି । ଗୀତଟି ବେଷ୍ଟ ଅରିଜିନାଲ ଗୀତ କ୍ୟାଟେଗରୀରେ ରଖାଯାଇଛି । ଏହି ଗୀତଟିକୁ ଅନ୍ୟ ୧୫ଟି ଫିଲ୍ମର ଗୀତ ସହ ନୋମିନେଟ କରାଯାଇଛି ।