ପରୀ ହତ୍ୟା ମାମଲା: ସରୋଜ ସେଠୀଙ୍କ ଘରେ ଏସଆଇଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ପକ୍ଷରୁ ତଦନ୍ତକୁ ତୀବ୍ରତର କରାଯାଇଛି। ଗତକାଲି ରାତ୍ରିିରେ ଏସଆଇଟି ପକ୍ଷରୁ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିବା ବେଳେ ଆଜି ସକାଳୁ ଏସଆଇଟିର ୨ ଜଣିଆ ଟିମ ଯଦୁପୁରର ସରୋଜ ସେଠୀଙ୍କ ଘରେ ପହଞ୍ଚିଛନ୍ତି। ସେଠାରେ ସରୋଜର ମାଆଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ଏଥିସହିତ ସରୋଜଙ୍କ ଘର ସାମ୍ନାରେ ପୁଲିସ ମୁତୟନ ରହିଛନ୍ତି।

ସୂଚନା ଅନୁସାରେ ପରୀ ହତ୍ୟା ମାମଲାରେ ଶନିବାର ଦିନ ଏସଆଇଟି ପକ୍ଷରୁ ସରୋଜ ସେଠୀଙ୍କ ସହ ତାଙ୍କ ମାଆ ଓ ଭଉଣୀକୁ ଉଠାଇ ନିଆଯାଇଥିଲା। ସେଠାରେ ଦୀର୍ଘ ୧୨ ଘଣ୍ଟା ଜେରା କରାଯିବା ପରେ ସରୋଜଙ୍କ ମାଆ ଓ ଭଉଣୀକୁ ଛାଡ଼ି ଦିଆଯାଇଥିଲା। ସରୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା। ତେବେ ଗତକାଲି ଜଣଙ୍କୁ ଗିରଫ କରାଯିବା ପରେ ଆଜି ସକାଳୁ ଏସଆଇଟି ସରୋଜଙ୍କ ଘରକୁ ଆସିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।