କୋଏଲ ନଦୀରେ ବୁଡ଼ି ଯାଇଥିବା ୩ ଛାତ୍ରଙ୍କ ମିଳିଲା ମୃତଦେହ

ରାଉରକେଲା,ଏନ୍ଏନ୍ଏସ୍: ପିକ୍‌ନିକ୍‌ କରିବାକୁ ଯାଇ ଗତକାଲି ରାଉରକେଲା କୋଏଲ ନଦୀରେ ବୁଡ଼ି ଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ଆଜି ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ ଗତକାଲି ରାଉରକେଲାର ଏକ ଘରୋଇ ସ୍କୁଲର କେତେକ ଦଶମ ଶ୍ରେଣୀ ଛାତ୍ର ଝିରିପାଣି ନିକଟକୁ ପିକ୍‌ନିକ୍‌ କରିବାକୁ ଯାଇ ସେଠାରୁ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ସେମାନଙ୍କ ଭିତରୁ ୫ ଜଣଙ୍କ ଗୋଡ଼ ଖସିଯାଇଥିଲା। ସ୍ଥାନୀୟ ଲୋକମାନେ ସେଠାରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଅନ୍ୟ ୩ ଜଣ ଭିତରକୁ ଭାସି ଯାଇଥିଲେ।

ଅଗ୍ନିଶମ ବିଭାଗ ଖବର ପାଇ ସେଠାରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲା। ଅନ୍ୟ ଜଣେ ନିଖୋଜ ଥିବାବେଳେ ତଦନ୍ତ ଜାରି ରଖିଥିଲା। ଆଜି ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।