ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା : ହାଇକୋର୍ଟ ଯିବାକୁ ଆଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଅବକାରୀ ନୀତି ମାମଲାରେ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସିସୋଦିଆଙ୍କ ଆବେଦନ ଉପରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପି ଏସ ନରସିହ୍ମାଙ୍କ ବେଞ୍ଚ ଶୁଣାଣୀ କରିଛନ୍ତି । ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଶୁଣାଣୀ କରିବାକୁ ମନା କରିବା ସହ ସିସୋଦିଆଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତି ଯେ, ଆପଣ ସିଧାସଳଖ ସୁପ୍ରିମକୋର୍ଟକୁ ଜାମିନ ମାଗୁଛନ୍ତି । ଆପଣ ଅର୍ଣ୍ଣବ ଗୋସ୍ୱାମୀ ଓ ବିନୋଦ ଦୁଆ ମାମଲାର ହାୱାଲା ଦେଉଥିଲେ ମଧ୍ୟ ଯାହାକି ଏହାଠୁ ସମ୍ପୂର୍ଣ୍ଣ ଭିନ୍ନ । ଆପଣ ତଳ ଅଦାଲତରୁ ଜାମିନ ନେବା ଉଚିତ । ଏଫଆଇଆର ରଦ୍ଦ କରିବା ପାଇଁ ହାଇକୋର୍ଟ ଯିବା ନିହାତି ଜରୁରୀ ।