ଇସ୍ତଫା ଦେଲେ ସିସୋଦିଆ ଓ ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟଙ୍କ ଇସ୍ତଫା ସ୍ୱୀକାର କରି ନେଇଛନ୍ତି । ସିସୋଦିଆଙ୍କ ହାତରେ ଅନେକ ବିଭାଗର ଦାୟିତ୍ୱ ଥିଲା । ଜୈନ ଜେଲ ଯିବା ପରେ ତାଙ୍କ ବିଭାଗର ଦାୟିତ୍ୱ ମଧ୍ୟ ସିସୋଦିଆ ସମ୍ଭାଳୁଥିଲେ । ଦିଲ୍ଲୀ ସରକାରଙ୍କ ୩୩ଟି ବିଭାଗରୁ ୧୮ଟି ବିଭାଗର ଦାୟିତ୍ୱ ସିସୋଦିଆ ସମ୍ଭାଳୁଥିଲେ ।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନ ୯ ମାସ ହେବ ଜେଲରେ ଅଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମାମଲାରେ ମନିଷ ସିସୋଦିଆଙ୍କ ଗିରଫ ପରେ ବିରୋଧୀ କେଜ୍ରିୱାଲ ସରକାରଙ୍କ ଉପରେ ଟାର୍ଗେଟ କରୁଥିଲେ । ଉଭୟଙ୍କ ଇସ୍ତଫା ନେଇ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି ।