୪ର୍ଥ ଥର ଶପଥ ନେଲେ ସିରିୟା ରାଷ୍ଟ୍ରପତି

ଦାମାସ୍କସ୍‌,ଏଜେନ୍ସି: ସିରିୟା ରାଷ୍ଟ୍ରପତିଭାବେ ବସାର ଆସାଦ ଶନିବାର ଶପଥଗ୍ରହଣ କରିଛନ୍ତି। ସିରିୟାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୭ ବର୍ଷ ହୋଇଥିବାବେଳେ ଆସାଦ ୨୦୦୦ରୁ ଚତୁର୍ଥ ଥର ପାଇଁ ଏହି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଚଳିତବର୍ଷ ମେ’ରେ ସିରିୟାରେ ହୋଇଥିବା ସାଧାରଣ ନିର୍ବାଚନକୁ ଆମେରିକା ସମେତ ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ୱୀକାର କରିଆସୁଛନ୍ତି। ବିଗତ ୧୦ ବର୍ଷ ଧରି ସିରିିୟାରେ ଗୃହଯୁଦ୍ଧ ଲାଗିରହିଥିବା ବେଳେ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି।