ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ୫ ଗିରଫ

ଆଗ୍ରା,ଏଜେନ୍ସି: ଉତ୍ତରପ୍ରଦେଶର ଆଗ୍ରା ସହରରେ ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ଏକ ବିକ୍ଷୋଭ ସମାବେଶରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଚାରିଜଣ ହିନ୍ଦୁ ଓ ଜଣେ ମୁସଲମାନ ବୋଲି ଜଣାପଡିଛି। ଭାଇରାଲ ଭିଡିଓ ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରକାଶ।