ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ଅଶ୍ୱିନୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜୁଲାଇ ୧୯ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅବସରରେ ରାଜ୍ୟସଭାରେ ଗୃହକାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ଶନିବାର ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ। ଏହି ବୈଠକ ଶେଷ ହେବାପରେ ନୂଆକରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଭାର ଗ୍ରହଣ କରିଥିବା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଥମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଭୟ ଶ୍ରୀ ନାଇଡ଼ୁଙ୍କୁ ପୃଥକ୍ ଭାବେ ଭେଟିଛନ୍ତି। ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାର ସଦସ୍ୟ ରହିଥିବାରୁ ଆଜିର ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ଉଭୟ ଟ୍ୱିଟ୍‌ କରି ଭେଟଘାଟର ଫଟୋ ସେୟାର କରିଛନ୍ତି। ଶ୍ରୀ ବୈଷ୍ଣବ ଉପରାଷ୍ଟ୍ରପତିଙ୍କୁ ଏକାକୀ ଭେଟିଥିବା ବେଳେ ଧର୍ମେନ୍ଦ୍ର ସହଯୋଗୀ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ।