ସିଙ୍ଗଲସ ପରେ ଡ଼ବଲ୍ସରେ ବି ସ୍ୱର୍ଣ୍ଣ ଜିତିିଲେ ଭଗତ

ଚୀନରେ ଆୟୋଜିତ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଚାମ୍ପିଅନସିପ୍ ୨୦୧୯ରେ ଓଡ଼ିଆ ପୁଅ ପ୍ରମୋଦ ବିଜହ ହାସଲ କରି ଭାରତ ସହ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଚୀନରେ ଚାଲିଥିବା ପାରାବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପୁଣି ଥରେ ଚମକ ଦେଖାଇଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦ ପ୍ରଥମେ ପାରା ବ୍ୟାଡମିଣ୍ଟନର ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ଡବଲ୍ସ ବର୍ଗରେ ବି ଗୋଲ୍ଡ ହାସଲ କରିଛନ୍ତି । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଗୋଲ୍ଡ ହାସଲ କରି ପ୍ରମୋଦ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଚୀନରେ ଆୟୋଜିତ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଚାମ୍ପିଅନସିପ୍ ୨୦୧୯ରେ ପ୍ରମୋଦଙ୍କ ସଫଳତା ଓଡିଆଙ୍କୁ ଗୌରବାନ୍ୱିତ କରିଛି ।

ପୂର୍ବରୁ ସ୍ୱିଜରଲାଣ୍ଡରେ ହୋଇଥିବା ୱାର୍ଲଡ ପାରାବ୍ୟାଡମିଣ୍ଟନ ଚାମ୍ପିଅନସିପ ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣପଦକ ଜିତି ସେ ଭାରତର ସମ୍ମାନ ବଢାଇଥିଲେ । ସେହିପରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରମୋଦ ଭଗବତଙ୍କୁ ଭାରତ ସରକାର ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଣ୍ଟନରେ ବିଶ୍ୱର ଏକ ନମ୍ବରର ଖେଳାଳି ରାଙ୍କରେ ଅଛନ୍ତି ।