ବିହାରରେ ବର୍ଷାର ତାଣ୍ଡବ, ପାଣି ଘେରରେ ଲୋକେ

ବିହାର,ଏଜେନ୍ସ: ବିହାରର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ଏ ନେଇ ବିହାରକୁ ରେଡ ଆଲର୍ଟ ଜାରି କରାଯାଇଛି। ଜଳବନ୍ଦି ଅବସ୍ଥାରେ ଶହ ଶହ ଗାଁ’ ରହିଥିବାବେଳେସେମାନଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ ପ୍ରସ୍ତୁତ ହେଉଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଭିଡିଓକନ୍‌ଫରେନ୍ସିଂ ଜରିଆରେ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ସୂଚନା ଦେଇଛନ୍ତି। ବୈଶାଳୀ, ସମସ୍ତିପୁରନମାଦା ଆଦି ଜିଲ୍ଲା ଏଥିରେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସେହିପରି ବିହାରରେ ୨୦୪ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି।

ବିଶେଷକରି ପାଟଣାର ତଳିଆ ଅଞ୍ଚଳରେ ପାଣି ପଶି ଅସ୍ତବ୍ୟସ୍ତ୍ୟ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅକ୍ଟୋବର ୩ତାରିଖ ଯାଏଁ ବର୍ଷା ଲାଗିରହିବ।