ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକରେ ଭାରତୀର ପାରା-ସୁଟର ସିଂହରାଜ ଅଡାନା ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ସିଂହରାଜ ୧୦ ମିଟର ଏୟାର ପିସ୍ତଲ ପି୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ପାରାଅଲମ୍ପିକ ଖେଳରେ ଭାରତର ପଦକ ସଂଖ୍ୟା ୮ରେ ପହଂଚିଛି। ଯାହାକି ପାରାଅଲମ୍ପିକ ଇତିହାସରେ ଏବେ ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନ।
ସୂଚନାଯୋଗ୍ୟ, ସିଂହରାଜ ଅଡାନା ଓ ଚୀନର କେଲୁ ସୀୟୋଲୋଙ୍ଗ ମଧ୍ୟରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଶେଷରେ ସିଂହରାଜ ନିଜର ଦମଦାର ପ୍ରଦର୍ଶନ ବଳରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏଥିସହିତ ଟୋକିଓ ପାରାଅଲମ୍ପିକର ସୁଟିଂ ଇଭେଣ୍ଟରେ ଭାରତର ଦ୍ୱିତୀୟ ପଦକ ହାସଲ କରିଛି।