ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବିବାଦୀୟ କୋଟିଆ ମାମଲାର ଶୁଣାଣି ହୋଇଛି। ଜଷ୍ଟିସ ଖାନୱିଲକର ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ରାଜନୈତିକ ସ୍ତରରେ ଆଲୋଚନା କରି ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ୬ ସପ୍ତାହ ଦିଆଯାଇଥିବା ଜଣାପଡ଼ିଛି।