କରୋନାରେ ଆକ୍ରାନ୍ତ ହେଲେ କୁମାର ସାନୁ

କୋଲକାତା, ଏଜେନ୍ସି: ଭାରତର ଲୋକପ୍ରିୟ ଗାୟକ କୁମାର ସାନୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଛି। କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ “ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଅକ୍ଟୋବର ୧୪ରେ କୁମାର ସାନୁ ଲସ ଆଞ୍ଜେଲ ଯିବାର ଥିଲା। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ରହୁଛନ୍ତି। ହେଲେ କରୋନା ଯୋଗୁ ବର୍ତ୍ତମାନ ତାଙ୍କ ଯାତ୍ରକୁ ସ୍ଥଗିତ କରାଯାଇଛି। କୁମାର ସାନୁ କରୋନାରେ ଆକ୍ରାନ୍ତ ହେବା ପରେ ବିଏମସି ତାଙ୍କ ବାସଭବନକୁ ସିଲ କରି ସାନିଟାଇଜ କରିଛି।