ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ସେରୋ ସର୍ଭେ। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ସର୍ଭେ । ଆରଏମଆରସି ଓ ବିଏମସି ମିଳିତ ଭାବେ କରିବେ ଏହି ସର୍ଭେ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ ସଂଗ୍ରହ କରାଯିବ। ଏହାପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ସେରୋ ସର୍ଭେ କରାଯାଇଛି । କରୋନା ମହାମାରୀ ସମୟରେ କେତେ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ଡେଭଲପ ହୋଇଛି ତାହା ସେରୋ ସର୍ଭେ ମାଧ୍ୟମରେ ଜଣାପଡ଼ିବ।