ଏନଡିଏ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଜାତୀୟ ଡେମୋକ୍ରେଟିକ ଏଲାୟନ୍ସ(ଏନଡିଏ) ଆଜି ଦିଲ୍ଲୀରେ ଗୁରୂତ୍ୱପୂର୍ଣ୍ଣ ବୈଠକ କରୁଛି। ଏଥିରେ ୩୮ ରାଜନୈତିକ ଦଳ ସାମିଲ ହୋଇଛନ୍ତି । ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଜୀତନରାମ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ । ଦେଶରେ ୨୦୨୪ରେ ସାଧାରଣ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏନଡିଏର ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ସୂଚନାଯୋଗ୍ୟ, ଏନଡିଏ ବୈଠକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆବାସରେ ବିଜେପି ବରିଷ୍ଠ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂସଦର ଆଗାମୀ ଅଧିବେଶନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ଉପସ୍ଥିତ ଥିଲେ ।