ସିଦ୍ଧୁ ମୁସେୱାଲାଙ୍କ ଜନ୍ମଦିନରେ ତାଙ୍କ ଘରେ ଫ୍ୟାନ୍ସଙ୍କ ଭିଡ଼

ପଞ୍ଜାବ: ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲା ଏବେ ଦୁନିଆରେ ନଥିଲେ ମଧ୍ୟ ତାଙ୍କ ସ୍ମୃତି ଜୀବିତ ରହିଛି । ଆଜି ମୁସେୱାଲାଙ୍କ ଜନ୍ମଦିନ ହୋଇଥିବାରୁ ଏହା ତାଙ୍କ ପରିବାର ଓ ଫ୍ୟାନଙ୍କ ପାଇଁ ବେଶ୍ ଦୁଃଖଦାୟକ ଦିନରେ ପରିଣତ ହୋଇଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମୁସେୱାଲାଙ୍କ ଜନ୍ମଦିନ କେକ୍‌, ମିଠା ଓ ନାଚ ଗୀତରେ ପାଳନ କରାଯାଉ ନାହିଁ । କିନ୍ତୁ ଲୋକେ ମୁସେୱାଲାଙ୍କ ସ୍ମୃତିରେ ଆଜି ତାଙ୍କ ଘରେ ପହଞ୍ଚିଛନ୍ତି । ଆଉ ପରିବାର ସହ ମିଶି ତାଙ୍କ ଦୁଃଖ ବାଣ୍ଟିଛନ୍ତି ।

ସିଦ୍ଧୁ ମିୁସେୱାଲାଙ୍କ ଫ୍ୟାନ ଆଜି ଗଛ ଧରି ତାଙ୍କ ଘରେ ପହଞ୍ଚିଛନ୍ତି । ତାଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନରେ ଗଛ ଲଗାଯାଉଛି । ମୁସେୱାଲାଙ୍କ ଘର କମ୍ପାଉଣ୍ଡରେ ତାଙ୍କର ଏକ ବଡ଼ ଫଟୋ ରଖାଯାଇଛି ଯେଉଁଠି ଲୋକମାନେ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି । ଆଉ ତାଙ୍କ ସ୍ମୃତିରେ ସେହି ଫଟୋ ସହ ସେଲ୍ଫି ମଧ୍ୟ ନେଉଛନ୍ତି ।