ପୁଲଓ୍ୱାମାରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର,ଏନ୍ଏନ୍ଏସ୍: ଘାଟିରେ ଏନକାଉଣ୍ଟର ଥମିବାର ନାଁ ନେଉନାହିଁ। ଆଜି (ଶନିବାର) ଅପରାହ୍ନରେ ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲେ ସୁରକ୍ଷା ବଳ। ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବନିମୟ ଜାରି ରହିଥିବା କାଶ୍ମୀର ପୁଲିସ କହିଛି।

ଘାଟିରେ ସେନା ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ କ୍ରମାଗତ ସଫଳତା ମଧ୍ୟ ପାଇବାରେ ଲାଗିଛି। ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ହାର୍ଡକୋର ଆତଙ୍କୀଙ୍କୁ ନିପାତ କରିବା ସହ କିଛି ସକ୍ରିୟ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି।