ବଲିଉଡ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ଟପ୍‌ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ଆଜି ସନ୍ଦେହଜନକ ମୃତ୍ୟୁ ଘଟିଛି। ବଞ୍ଜାରା ହିଲ୍ସଠାରେ ଥିବା ତାଙ୍କ ବାସଭବନରୁ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ ବାସଭବନରୁ ପୁଲିସ କାର୍ବନ ମନୋକ୍ସାଇଡ ସିଲିଣ୍ଡର ଉଦ୍ଧାର କରିଛି।

ଏନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ସର୍କଲ ଇନିସପେକ୍ଟର କହିଛନ୍ତି। ପ୍ରତ୍ୟୁଷା ନିଜ ଉଦ୍ୟମ ବେଳେ ଦେଶର ଜଣେ ଟପ୍‌ ଡିଜାଇନର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ‘ଦ ଲେବଲ୍‌’ ନାମରେ ଏକ ଷ୍ଟୋର ଆରମ୍ଭ କରିଥିବା ବେଳେ ଏଠାରେ ନିଜ ଡିଜାଇନର ଡ୍ରେସକୁ ସ୍ଥାନ ଦିଅନ୍ତି। ସେ ୨୦୧୩ ମସିହାରେ ଏହି ଷ୍ଟୋରକୁ ସ୍ଥାପିତ କରିଥିଲେ। ଅନେକ ବଲିଉଡ଼ ସେଲିବ୍ରିଟି ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥାନ୍ତି।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ପରିଣୀତି ଚୋପ୍ରା, ମାଧୁରୀ ଦିକ୍ସିତ, କାଜୋଲ ଦେବଗନ, ବିଦ୍ୟା ବାଲାନ, ରବୀନ ଟଣ୍ଡନ, ନେହା ଧୁପିଆ ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥିବା ବେଳେ ଦେଶର ଲୋକପ୍ରିୟ ୱମେନ୍ସ ଡିଜାଇନରଙ୍କ ମଧ୍ୟ ତାଙ୍କ ନାଁ ସ୍ଥାନ ପାଉଥିଲା।