ଜେଲରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ଚଣ୍ଡିଗଡ,ଏଜେନ୍ସି: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ। ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ କିଛି ନଖାଇବାରୁ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ଥାଦ୍ୟ ଖାଇବାକୁ ମନା କରିଦେଇଥିଲେ। ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି। କିଛି ନଖାଇବାକୁ ତାଙ୍କ ମେଡିକାଲ ଚେକଅପ ପାଇଁ ହସ୍ପିଟାଲକୁ ନିଆଯାଇଛି। ବାରାକ ନମ୍ବର ୧୦ କଏଦୀ ନଂ ୧୩୭୬୮୩ କଏଦୀ ହୋଇଛି ସିଦ୍ଧୁ। ତାଙ୍କ ସହିତ ଅନ୍ୟ ୪ ଜଣ କଏଦୀ ମଧ୍ୟ ଅଛନ୍ତି। ଦୀର୍ଘ ୩୪ ବର୍ଷ ପୂର୍ବ ରୋଡ ରେଜ୍ ମାମଲାରେ ମଇ ୧୯ ତାରିଖରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ସୁରକ୍ଷା ଫେରାଇ ନେବାକୁ ଆଦେଶ ଜାରି ହୋଇଥିଲା।

୧୯୮୮ ମସିହାରେ ଏକ ପାର୍କିଂ ଓ ପରେ ହତ୍ୟା ଘଟଣାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପାର୍କିଂକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।