ଲକ୍ଷ୍ନୌ,ଏଜେନ୍ସି: ବହୁଚର୍ଚ୍ଚିତ କାଶୀ ବିଶ୍ବନାଥ ମନ୍ଦିର-ଜ୍ଞାନବ୍ୟାପୀ ସମଜିଦ ବିବାଦର ଶୁଣାଣି ଶେଷ କରିଛନ୍ତି ବାରାଣାସୀ କୋର୍ଟ। ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ଯାଏ ରାୟ ସଂରକ୍ଷିତ କରିଛନ୍ତି କୋର୍ଟ। ଆଜି ଶୁଣାଣିରେ ୧୩ କନସଲସଙ୍କ ସମେତ ମାତ୍ର ୨୩ ଜଣଙ୍କୁ କୋର୍ଟ ପରିସରକୁ ପ୍ରବେଶ ଅନୁମତି ମିଳିଥିଲା। ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଭିଡିଓଗ୍ରାଫି ସର୍ଭେ ସମ୍ପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ତଳ କୋର୍ଟ ନିର୍ଣ୍ଣୟ କରନ୍ତୁ ବୋଲି ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ବାରାଣାସୀ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।
ସେହିପରି ମାତ୍ର ୨୩ ଜଣଙ୍କୁ ନେଇ ଆଜି ଶୁଣାଣି ହୋଇଥିବା ବେଳେ ପୂର୍ବତନ କୋର୍ଟ କମିସନର ଅଜୟ ମିଶ୍ରାଙ୍କୁ ମଧ୍ୟ ଶୁଣାଣିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇ ନଥିଲେ କୋର୍ଟ। ବହୁଚର୍ଚ୍ଚିତ ମାମଲାରେ ଆସନ୍ତାକାଲି କୋର୍ଟ କ’ଣ ରାୟ ପ୍ରକାଶ କରୁଛନ୍ତି ତାକୁ ଅପେକ୍ଷା।