କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବୋରିଆ ଦେହେରେନ ଜୋର ଠାରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଲଇତରା ରାଜସ୍ୱ ନିରୀକ୍ଷଣ ଚଡ଼ଉ କରି ପୁଲିସକୁ ଖବର ଦେବାରୁ ଗୋଟିଏ ପ୍ରୋକଲିନ ୪ଟି ହାଇବା ସହ ୪ ଜଣଙ୍କୁ କେସିଙ୍ଗା ଆଦର୍ଶ ଥାନା ପୁଲିସ ଅଟକ ରଖିଥିବା ଜଣାପଡିଛି। ଲଇତରା ରାଜସ୍ୱ ନିରୀକ୍ଷକ ଅଧୀନସ୍ଥ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋର ଠାରୁ ସବୁବେଳେ ବାଲି ଚୋରା ଚାଲାଣ ହେଉଥିବା ଖବର ଆସୁଥିଲା, ହେଲେ ଆଜି କୌଣସି ସୂତ୍ରରୁ ଲଇତରା ରାଜସ୍ୱ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଖବରପାଇ ସୋମବାର ସକାଳ ୬ଘଣ୍ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଦେହେରେନ ଜୋର ଭିତରେ ଥିବା ଟାଟା ହିଟାଚି ପ୍ରୋକଲେନ ମେସିନ ଓ ୪ଟି ହାଇଓ୍ବା ଗାଡିକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। କେସିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଟି ହାଇୱାକୁ କେସିଙ୍ଗା ଥାନାକୁ ଆଣି ପ୍ରୋକଲେନ ମେସିନକୁ ଜୋର ଭିତରେ ଜଣେ ଲୋକଙ୍କ ଦ୍ୱାରା ଜଗିଥିବା ଜଣାପଡ଼ିଛି। ଏହି ୪ଟି ହାଇୱା ଗାଡି ପଣ୍ଡା ଫ୍ରୁଟ୍ସ ନାମକ ମାଲିକଙ୍କ ବୋଲି ଜଣାପଡିଛି।
ବହୁ ଦିନରୁ ବିନା ରୟାଲଟିରେ ଏହି ଜୋରରୁ ଚୋରାରେ ବେଆଇନ ବାଲି ଚାଲାଣ ହେଉଥିଲା। ଏନେଇ ଲଇତରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ କେସ୍ ନମ୍ବ ୪୦,୪୧,୪୨,୪୩ /୨୦୨୨ ପ୍ରକାରରେ କେଶ ରୁଜୁ କରାଯାଇଛି। କେସିଙ୍ଗା ତହସିଲଦାର ଜୋତିର୍ମୟ କର ଅଧିକା ତଦନ୍ତ ଜାରି ରଖିଛନ୍ତି। ଏହି ଚଢ଼ଉରେ କେସିଙ୍ଗା ଓ ଲଇତରା ରାଜସ୍ୱ ସୁପର ଭାଇଜର ଅଜୟ ରାଜ ଶିଖା, କେସିଙ୍ଗା ଆର୍ଆଇ ନିହାରିକା ଦୋରା ସାମିଲ ହୋଇଥିଲେ।