ଶପଥ ଗ୍ରହଣ କଲେ ସିଦ୍ଧରମୈୟା ଓ ଶିବକୁମାର

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ଏହି ଭବ୍ୟ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ପିଡିପି ମୁଖ୍ୟ ମହବୁବା ମୁଫତୀ ଓ ଏନସିପି ଅଧ୍ୟକ୍ଷ ଶରଦ ଯାଦବଙ୍କ ସମେତ ପାର୍ଟିର ବହୁ ନେତା ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ଅନୁପସ୍ଥିତ ଥିଲେ । ଏହି ସମାରୋହ ବେଙ୍ଗଲୁରୁର ଶ୍ରୀ କାନ୍ତୀରବା ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା ।