ପୁଣି ଦିଶିଲା ମୋଦୀ-ବାଇଡେନଙ୍କ ବନ୍ଧୁତା

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଶିଖର ସମ୍ମିଳନୀରେ ଭାରତର ଦବଦବା ଦେଖିବାକୁ ମିଳିଛି । ଜି-୭ ବୈଠକ ଚାଲିଥିବା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଜି ଖୋଜି ଆସି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ପହଞ୍ଚିଥିଲେ । ମୋଦୀ ମଧ୍ୟ ନିଜ ଚୌକିରୁ ଉଠି ବାଇଡେନଙ୍କୁ ଭେଟିବା ସହ ଆଲିଙ୍ଗନ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ଭାରତ ଜି-୭ରେ ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ ହୋଇଛି । ଏହି ସମୟରେ ଜି-୨୦ର ଅଧ୍ୟକ୍ଷ ରୂପେ ଭାରତ ଜି-୭ରେ ଭାଗ ନେଉଛି । ଜି-୨୦ର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ମଞ୍ଚରୁ ଭାଷଣ ମଧ୍ୟ ଦେବେ।