ଅଗଷ୍ଟ ୧୦ ଯାଏଁ ଝାରସୁଗୁଡାରେ ସାପ୍ତାହିକ ସଟଡାଉନ ଜାରି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଅଗଷ୍ଟ ୧୦ ତାରିଖ ଯାଏଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଜାରି ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାଇ ଜୁଲାଇ ୩୧ ଯାଏଁ କରାଯାଇଥିବା ସାପ୍ତାହିକ ସଟଡାଉନକୁ ଅଗଷ୍ଟ ୧୦ ତାରିଖ ଯାଏଁ ବର୍ଦ୍ଧିତ କରାଯାଇଛି। ସଟଡାଉନ ସମୟରେ ପୂର୍ବପରି ସାଧାରଣ ପରିବହନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହବ। କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଚିକିତ୍ସାଳୟ, ପୁଲିସ ଷ୍ଟେସନ, ଅଗ୍ନିଶମ ବିଭାଗ, ଔଷଧ ଦୋକାନ, ପ୍ରଶାସନିକ କାର୍ଯ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟସହ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ ଖୋଲାରହିବ। ସେହିପରି ସେହିପରି କୃଷି, ଗୋପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦେକାନ, ପେଟ୍ରୋଲ ପମ୍ପ, ଦୁଗ୍ଧ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦିକୁ ସଟ୍ଡାଉନରୁ ବାଦ ଦିଆଯାଇଛି। ସେହିପରି ରେଳ, ବିମାନ ଓ କେବଳ ଅନୁମତି ପ୍ରାପ୍ତ ଚାରିଚକିଆ ଯାନ ଚଳାଚଳ କରିପାରିବ।