ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ ଅନକଲ- ୩ ଜାରି ହୋଇଛି। ତେବେ ରାଜ୍ୟରେ ଅଗଷ୍ଟମାସ ପାଇଁ କିଭଳି କଟକଣା ମାନିବାକୁ ହେବ ସେ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ମାତ୍ର ୧୦% ଅମାନିଆଙ୍କ ପାଇଁ ୯୦% ଲୋକ ହଇରାଣ ହେଉଛନ୍ତି। ଏଣିକି ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ବିବାହ ପାଇଁ ଥିବା କଟକଣା ନ ମାନିଲେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବିିଭିନ୍ନ କଟକଣା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କଟକଣା ଗୁଡିକ ହେଲା…
୧- ରାତ୍ରି କାଳୀନ କର୍ଫ୍ୟୁୁ ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ
୨-କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ କଟକଣା ରହିବ
୩-କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟଡାଉନ
୪-ଅଗଷ୍ଟ ୧ ଓ ୨ କଟକଣାରେ ସାମାନ୍ୟ କୋହଳ
୫-ସ୍କୁଲ କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
୬-ପ୍ରତି ସପ୍ତାହର ଶନିବାର ସରକାରୀ ଅଫିସ ବନ୍ଦ ରହିବ
୭- ବିବାହ କାର୍ଯ୍ୟରେ ବର ଓ କନ୍ୟା ପକ୍ଷ ଉଭୟ ମିଶି ୫୦ରୁ ଅଧିକ ରହିବେ ନାହିଁ
୮-ଅଗଷ୍ଟ ୫ ତାରିଖ ଠାରୁ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲା କରାଯାଇପାରିବ