କାଲିଠୁ କଟକରୁ ହଟିବ ସଟଡାଉନ, ଖୋଲିବ ଦୋକାନ ବଜାର

କଟକ,ଏନ୍ଏନ୍ଏସ୍: କଟକ ମହାନଗର ନିଗମ ଅଞ୍ଚଳରୁ କାଲିଠାରୁ ହଟିବ ସଟ‌ଡାଉନ୍। ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି। ପୂର୍ବପରି ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିଭଳି ସରକାରୀ ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ। ହୋଟେଲ ଓ ରେସ୍ତୋରାଁଗୁଡିକରେ କେବଳ ପାର୍ସଲ ଦେବାକୁ ଅନୁମତି ଦିଆଯାଇଛି। ତେବେ ସପ୍ତାହର ୨ଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ। କୋଭିଡ୍‌ ନିୟମ ଅନୁସାରେ କଟକର ସମସ୍ତ ସପିଂ ମଲ୍‌ ଖୋଲିବା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।