୧୫ ମହିଳାଙ୍କ ସମେତ ୪୨କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତରାଣୀ, ପୁଲିସ୍ କର୍ମଚାରୀ ସାମିଲ

କୋରାପୁଟ,ଏନ୍ଏନ୍ଏସ୍: ରବିବାର କୋରାପୁଟ ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୧୫ ମହିଳାଙ୍କ ସମେତ ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆଜିର ଆକ୍ରାନ୍ତ ମଧ୍ୟରେ ୧୩ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୯ଜଣ କ୍ୱାରେଣ୍ଟାଇନ ଓ ୨୦ ଜଣ ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ  ଜନସାଧାରଣ କୋଭିଡ୍-୧୯ ନିୟମମାନି ଜିଲ୍ଲା ପ୍ରଶାସନକୁ ସହାୟତା କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।