ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀସେନାର ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡ଼ୀଙ୍କ ହତ୍ୟା

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡ଼ୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ଏହାସହ ୨ଜଣ ଆହତ ହୋଇଛନ୍ତି । ଘର ଭିତରେ ପଶି ୪ଜଣ ଅଜଣା ଯୁବକ ଫାୟରିଂ କରିଥିଲେ । ଏନେଇ ଜୟପୁର ପୁଲିସ ଆୟୁକ୍ତ ବିଜୁ ଜାର୍ଜ ଜୋସେଫ ସୂଚନା ପ୍ରଦାନ କରିଛନ୍ତି । ଶ୍ୟାମନଗର ଥାନା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସିସିଟିଭି ଯାଞ୍ଚ କରୁଛି । ପୂର୍ବରୁ ଲୋରେନ୍ସ ବିସ୍ନୋଇ ଗ୍ୟାଙ୍ଗର ସମ୍ପତ ନେହେରା ହତ୍ୟା ଧମକ ଦେଇଥିଲେ । ଏସମ୍ପର୍କରେ ମଧ୍ୟ ଜୟପୁର ପୁଲିସ ତନାଘନା କରୁଛି ।