ଭାରତ ଆସୁଛି ଜାପାନର ସବୁଠୁ ବଡ଼ କମ୍ପାନୀ

ନୂଆଦିଲ୍ଲୀ: ଭାରତ ଉପରେ ବିଦେଶୀ କମ୍ପାନୀର ଭରଷା ବଢ଼ିବାରେ ଲାଗିଛି । ଏହିକ୍ରମେ ଜାପାନୀ କମ୍ପାନୀ ଭାରତରେ ନିଜର ମାର୍କେଟିଂ ବଢ଼ାଇବାର ନିଷ୍ପତ୍ତି ନେଇଛି ।

ବିଜନେସ ଷ୍ଟାଣ୍ଡାର୍ଡର ଖବର ମୁତାବକ, ଜାପାନର ସବୁଠୁ ବଡ଼ କମ୍ପାନୀ ଟିଡିକେ କର୍ପୋରେସନ ଭାରତ ଆସୁଛି । ଏହି କମ୍ପାନୀ ହେଉଛି ଆପଲ ଇଙ୍କର ବୈଶ୍ୱିକ ଲିଥିୟମ ଆୟନ ବ୍ୟାଟେରୀ ଯୋଗାଣକାରୀ । ଟିଡିକେ ଭାରତରେ ଆପଲ ଆଇଫୋନ ଲାଗି ବ୍ୟାଟେରୀ ସେଲର ନିର୍ମାଣ କରିବ ।

ଟିଡିକେ ଭାରତରେ ଲିଥିୟମ ଆୟନ ବ୍ୟାଟେରୀ ସେଲର ନିର୍ମାଣ ଲାଗି ହରିୟାଣାର ମାନେସରରେ ୧୮୦ ଏକର ଜମି କିଣିଛି । ଏହାସହ ଆପଲକୁ ଯୋଗାଇବା ପାଇଁ ଯଥାଶୀଘ୍ର ଆୟନ ବ୍ୟାଟେରୀ ସେଲର ନିର୍ମାଣ ଆରମ୍ଭ କରିବ । ଫଳରେ ଦେଶରେ ଚାକିରି ଅବସର ବଢ଼ିବ ଓ ଆଇଟି ପ୍ରୋଫେସନାଲଙ୍କୁ ମଧ୍ୟ ଏଥିରୁ ଲାଭ ମିଳିବ । ଟିଡିକି ଭାରତରେ ଆପଲ ସେଲର ଉତ୍ପାଦନ କରିବା ଫଳରେ ଭାରତର ଅର୍ଥ ବ୍ୟବସ୍ଥାକୁ ବଳ ମିଳିବ ।