ପୁଣି ଶ୍ରେୟସଙ୍କୁ ମିଳିଲା ଦାୟିତ୍ୱ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ପ୍ରସ୍ତୁତି ଖୁବ୍ ଦ୍ରୁତ ଗତିରେ ଚାଲିଛି । ଚଳିତ ସଂସ୍କରଣ ଲାଗି ଡିସେମ୍ବର ୧୯ରେ ନିଲାମ ହେବ । ଏହାପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଧୂଆଁଧାର ବ୍ୟାଟ୍ସମେନ ଶ୍ରେୟସ ଅୟରଙ୍କୁ ଫ୍ରାଞ୍ଚାଇଜି ପୁଣିଥରେ ଅଧିନାୟକ  ଦାୟିତ୍ୱ ହସ୍ତାନ୍ତର କରିଛି । ଏନେଇ କେକେଆର ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛି।

ଶ୍ରେୟସ ଅୟର ଆଘାତ ଯୋଗୁ ଗତ ସଂସ୍କରଣ ଖେଳି ପାରିନଥିଲେ । ଶ୍ରେୟସଙ୍କ ଅନୁପସ୍ଥିତିରେ ନୀତିଶ ରାଣାଙ୍କୁ ଅଧିନାୟକ ଚୟନ କରାଯାଇଥିଲା । ଆଉ ଏବେ ନୀତିଶଙ୍କୁ ଉପଅଧିନାୟକ ଦାୟିତ୍ତ୍ୱ ମିଳିଛି ।