୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ହୋଇଥିବା ଅବହେଳା ପ୍ରସଙ୍ଗରେ ବିରୋଧୀ ଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟୋଗଳ କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବୀ କରିଥିଲେ । ଇତିମଧ୍ୟରେ ବିଶୃଙ୍ଖଳ ବ୍ୟବହାର ଅଭିଯୋଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କଂଗ୍ରେସ ସଦସ୍ୟ ଟି ଏନ ପ୍ରତାପନ, ହିବୀ ହଡେନ, ଜୋତିମଣି, ରମ୍ୟା ହରିଦାସ ଓ ଡୀନ କୁରିୟାକୋସଙ୍କୁ ଶୀତକାଳୀନ ଅଧିବେସନର ବାକି କାର୍ଯ୍ୟକାଳରୁ ନିଲମ୍ବିତ କରିଥିଲେ । ଏହାପରେ ମଧ୍ୟ ହଟ୍ଟୋଗଳ ନ ଥମିବାରୁ ଆଉ ୯ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନେ ହେଲେ କଂଗ୍ରେସରୁ ବେନୀ ବେହନନ, ମୋହମ୍ମଦ ଜାଭେଦ,ବି କେ ଶ୍ରୀକନ୍ଦନ, କେ ସୁବ୍ରମଣ୍ୟମ୍ ଓ ମଣିକମ ଟେଗୋର, ସିପିଆଇଏମରୁ ପୀ ଆର ନଟରାଜନ, ଏସ ଭେଙ୍କଟେଶନ, ଡୀଏମକେରୁ କନିମୋଝୀ ଓ ଡିଏମକେରୁ ଏସ ଆର ପାର୍ଥିବନ ।

ଏହି ପରିପ୍ରେକ୍ଷୀରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, କାଲିର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଲୋକସଭା ସଦସ୍ୟଙ୍କ ସୁରକ୍ଷାରେ ଗମ୍ଭୀର ଅବହେଳା ଥିଲା । ଉକ୍ତ ମାମଲାରେ ଲୋକସଭା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଛି ।