Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୫ ସାଂସଦ ନିଲମ୍ବିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାକୁ ନେଇ ହୋଇଥିବା ଅବହେଳା ପ୍ରସଙ୍ଗରେ ବିରୋଧୀ ଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟୋଗଳ କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବୀ କରିଥିଲେ । ଇତିମଧ୍ୟରେ ବିଶୃଙ୍ଖଳ ବ୍ୟବହାର ଅଭିଯୋଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କଂଗ୍ରେସ ସଦସ୍ୟ ଟି ଏନ ପ୍ରତାପନ, ହିବୀ ହଡେନ, ଜୋତିମଣି, ରମ୍ୟା ହରିଦାସ ଓ ଡୀନ କୁରିୟାକୋସଙ୍କୁ ଶୀତକାଳୀନ ଅଧିବେସନର ବାକି କାର୍ଯ୍ୟକାଳରୁ ନିଲମ୍ବିତ କରିଥିଲେ । ଏହାପରେ ମଧ୍ୟ ହଟ୍ଟୋଗଳ ନ ଥମିବାରୁ ଆଉ ୯ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନେ ହେଲେ କଂଗ୍ରେସରୁ ବେନୀ ବେହନନ, ମୋହମ୍ମଦ ଜାଭେଦ,ବି କେ ଶ୍ରୀକନ୍ଦନ, କେ ସୁବ୍ରମଣ୍ୟମ୍ ଓ ମଣିକମ ଟେଗୋର, ସିପିଆଇଏମରୁ ପୀ ଆର ନଟରାଜନ, ଏସ ଭେଙ୍କଟେଶନ, ଡୀଏମକେରୁ କନିମୋଝୀ ଓ ଡିଏମକେରୁ ଏସ ଆର ପାର୍ଥିବନ ।

ଏହି ପରିପ୍ରେକ୍ଷୀରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, କାଲିର ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଲୋକସଭା ସଦସ୍ୟଙ୍କ ସୁରକ୍ଷାରେ ଗମ୍ଭୀର ଅବହେଳା ଥିଲା । ଉକ୍ତ ମାମଲାରେ ଲୋକସଭା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଛି ।