ପୁରୀ,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। କରୋନାର ଦ୍ୱିତୀୟ ଲହରକୁ ନେଇ ଏବେ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ। ସପ୍ତାହର ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଶ୍ରୀମନ୍ଦିର ସେବାୟତ ମାନଙ୍କ ଆଜିଠାରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ।
ପୁରୀରେ ପୂର୍ବରୁ ଅନେକ ଥର ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବା ସହ ସେମାନଙ୍କ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ହୋମିଓପ୍ୟାଥିକ ଶିବିରର ଆୟୋଜନ କରାଯାଇଥିଲା। ତେବେ ଶ୍ରୀମନ୍ଦିର ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଟିକାକରଣ କରାଯାଉଥିଲେ ମଧ୍ୟ କରୋନାର ଲେଉଟାଣୀକୁ ଲକ୍ଷ କରି ଆଜିଠାରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କୋଭିଡ୍ ଆରଟିପିସିଆର ଟେଷ୍ଟ ଆରମ୍ଭ ହେବ। ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋଭିଡ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଛି।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରୀମନ୍ଦିର ଆଗମନକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦର୍ଶନ ବନ୍ଦ ରଖାଯାଇଛି। ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସାନିଟାଇଜ ମଧ୍ୟ କରାଯାଉଛି।